ତୁମ ବିନା ପ୍ରିୟା . . .
ତୁମ ବିନା ପ୍ରିୟା . . . ତୁମ ବିନା ପ୍ରିୟା ବିତିଯାଏ ଏଠି କେତେ ରାତି ଆଖି ପଲକ ନ ପକାଇ ଦିନ ମାସ ବର୍ଷ ବିତେ ଏଠି ତୁମ ଫେରିବା ବାଟକୁ ଚାହିଁ ଚାହିଁ || ( ୧ ) ମଳୟ ପବନ ବି ଗାଉନାହିଁ ଆଉ ଗୁଣୁଗୁଣୁ ଗୀତ ତାର ଶୁଭୁନାହିଁ ଆଉ ବର୍ଷାରାଣୀ ର ରୁଣୁଝୁଣୁ ଶବ୍ଦ ଏଠି ଶରୀର ର ସବୁ ଅଙ୍ଗ କରନ୍ତି ଗୁହାରି ତୁମୋ ବାଟକୁ ଚାହିଁ ଚାହିଁ ରକ୍ତ କଣିକା ବି ପାଲଟାଇଲେଣି ପଥର ପରି || ( ୨ ) ଆଖି ମୋର କହେ ହୃଦୟ ର ବ୍ୟଥା ତୁମେ ବୋଧେ ଶେଷ ପ୍ରେମ ମୋର ଶେଷ ଆଶା ଆଉ ଶେଷ ସ୍ବପ୍ନ ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ ସୂର୍ଯ୍ୟ ବିନା ଚନ୍ଦ୍ର ର ଆଲୋକ ଯେମିତି ||( ୩ ) ଦେବେନ୍ଦ୍ର ଧିନ୍ଦା Read More : https://poemfromdebheart.blogspot.com/2019/07/pratham-dekhare.html