Posts

Showing posts from 2022

ମୃତ୍ୟ ତୁମେ ମହାକାଳ

Image
  ମୃତ୍ୟ ତୁମେ ମହାକାଳ ମୁଁ ଜାଣେ, ତୁମେ ନିଶ୍ଚୟ ଆସିବ                          ଏ ଧରାରୁ ମୋତେ ନିଶବ୍ଦ ପାଲିକିଂ ରେ ନେଇଯିବ  ଆତ୍ମୀୟ ସଜ୍ଜନ ଧୋଉଥିବେ ମୋତେ  ସେମାନଙ୍କ ନୟନ ବାରିରେ ତୁମେ ଆସିବାର ପ୍ରତିଜ୍ଞାରେ  ମୁଁ ଶୋଇଥିବି ନିଶବ୍ଦ ନିଶ୍ଚଳ ମୁଦ୍ରାରେ  ||(୧) ସ୍ତ୍ରୀ ପୁଅ ଝିଅ ଆତ୍ମୀୟ ସଜ୍ଜନ କାନ୍ଧୁଥିବେ କଇଁ କଇଁ  ୧୨-୧୩ ଦିନ ଗଲେ ଧୀରେ ଧୀରେ ସବୁ ଯିବ ଧୋଇ  ଖୋଜାପଡୁଥିବ ମୋର ବ୍ୟାଙ୍କ ଖାତା ଖତିଆନ ହେଉଥିବ ଅର୍ଜିତ ଧନ ସମ୍ପତିର ଭାଗ  ଶୂନ ଶାନ  ଶ୍ମାଶନ ର ନିରବ ଯୁଇରେ ପଡ଼ିଥିବ ମୋର ପାଉଁଶ  ||(୨ ) ମଦିରା ପାନ ବେଳେ   ମନେ ପକାଇବେ ସାଙ୍ଗ ମାନେ ମୋରି ନାଁ ରେ "cheers" କରି  ଝୁମିବେ ସେମାନେ ||(୩ )   ଯେତେ ଲୁଚି ଛପି ରହିଲେ ବି   ମୁଁ ଜାଣେ ତୁମେ ମୋର ଅତି ଆପଣାର  ତୁମ ସାଥି ପାଇଗଲେ ଥରେ  ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର || ମୃତ୍ୟ , ତୁମେ ମହାକାଳ  ତୁମରି ପାଇଁ ତ ଏ ମୋହ ମାୟା  ଆଉ ଧନ ରତ୍ନ ର ସଂସାର !!!                                ...