Posts

“ଶେଫାଳି”

Image
  “ଶେଫାଳି” ଆଦ୍ୟ ଫଗୁଣର ପହିଲି ସ୍ପର୍ଶରେ , ପହିଲି ଉଷାର ପହିଲି ରଙ୍ଗରେ ଚମକେ ତୁମରି ଦେହ   , ତୁମ ଦେହର ସେ ବାସ ରେ ବାସ ରେ ମୋ ହୃଦୟ ହୁଏ ମହ ମହ || ଅନ୍ଧାର ର କିଟି କିଟି ସ୍ଥିତି ଭିତରେ , ତା ଭିତରେ ଖୋଜୁଥାଏ ମୁଁ ଏକ ଛାଇ , ପବନ ଗତିରେ ଆସି ସେଇ ଛାଇ ମୋ ହୃଦୟେ ବାତ୍ୟା ର କରାଳ ସ୍ଥିତି ଦେଲା ଉପୁଜାଇ || ଅନ୍ତିମ ଚରଣ ର ଚିରନ୍ତନ ଆରମ୍ଭର ତୁଳି ଆଙ୍କିଦେଇ ମିଳନର ଅନ୍ତିମ ମୁହୁର୍ତେ ବିରହର ସ୍ୱର ଦେଇ , ଫୁଟିବାର ପୂର୍ବ   ଲଗନେ " ଶେଫାଳି " ର ପାଖୁଡା ପରି ଟେ ସତେ ହୋଇଗଲା କି ସେଇ ..... ||| --- ଦେବେନ୍ଦ୍ର ଧିନ୍ଦ। --- Read More : ଏ ଜୀବନ ରାସ୍ତାରେ . . .  ତୁମ ବିନା ପ୍ରିୟା . . . ଲାଜେଇ ସେ ଲାଜକୁଳୀ ଲତା . . .  ବର୍ଷା....

ସତ୍ୟ ର ପଥେ ପଥେ.. .

Image
  ସତ୍ୟ ର ପଥେ ପଥେ... ସତ୍ୟ ପଥେ ଚାଲେ ଯିଏ ଏଠି ମିଳୁଥାଏ ତାକୁ ଖାଲି କଷ୍ଟ , ସତ୍ୟ ପାଇଁ ଏଠି ସମସ୍ତେ ଆତଙ୍କିତ !!! କିନ୍ତୁ ଏଠି କିଏ କେତେ ଜାଗ୍ରତ ??? ନିଜ ସ୍ୱାର୍ଥ ପାଇଁ ସତ୍ୟ କୁ ଯେ ଏଠି ଦେଉଥାନ୍ତି ପାଦେ ଦଳି ଉପରକୁ ଖାଲି ଦେଖାଇ ହୁଅନ୍ତି ସତେ ଯେମିତି ସତ୍ୟ ର ଭିକାରୀ , ଗାଁ ଗହଳିରୁ ସହର ଯାଏଁ ସବୁ ଏଠି ସ୍ୱାର୍ଥବାଦୀ , ଗରିବ ର ତଂଟି ଚିପି ଚିପି ଦେଉଥାନ୍ତି ସତେ ସତ୍ୟ ର ଭେଟି    || ନ୍ୟାୟ ପାଇଁ ଗରିବ ଟେ ଯେବେ   ହୁଏ ଏଠି ବାଟବଣା , କୁଜି ନେତା ଠାରୁ ନେତା ଯାଏଁ ତାକୁ   ଦେଖାନ୍ତି ସତ୍ୟ ର ଗହଣା , ସେ ଗହଣା ପଛରେ ଲୁଚିଥାଏ କେତେ ଲାଞ୍ଚ ଆଉ କେତେ ଧକ୍କା , ଶେଷେ   ଦୋଷ ଦିଅନ୍ତି ଏଠି "System " ପରା ଅସତ୍ୟ ରେ ଭରା  || ଆସୁଥାଏ ଯାଉଥାଏ   ନିତି ସଞ୍ଜ ସକାଳ , ହେ କଙ୍କାଳ ଗଣ , ନିଦ୍ରା ଭଙ୍ଗ କର ତୁମ୍ଭର , ଏ ବିଂଶ ଶତାବ୍ଦୀରେ   ଟିକେ ତୁମ୍ଭ ଚେତନା କୁ ଜାଗ୍ରତ କର , ତେଲିଆ ମୁଣ୍ଡକୁ ତେଲ , ନୁଖୁରା ମୁଣ୍ଡ କୁ ଆଉ ନୁଖୁରା ନ କର , ଚାଲିବାକୁ ଚେଷ୍ଟା କର ସତ୍ୟ ର ପଥେ ପଥେ , ଦେଖିବ , ଦିନେ ନା ଦିନେ ଜିତାପଟ ହେବ ସେଇ ସତ୍ୟ ଧର୍ମର   || ...

ସମ୍ପର୍କ

Image
                                ସମ୍ପର୍କ ଆତ୍ମଘାତୀ ଛେଦ୍ଦ ହେଲେ ଥରେ                              ଯୋଡେ ନାହିଁ ଆଉ ଏଇ ଜୀବନରେ ମିଛେ ମିଛେ ଅଧିକାର ଟିଏ ଦେଇ                              ଉଚିତ୍ ସମୟରେ ନେଲେ ତାକୁ ଛଡେଇ ପୁଣି ଅଣଦେଖା କଲେ ଥରେ                             ଯୋଡେ ନାହିଁ ସେ ଆଉ ଏଇ ଜୀବନରେ କାଚ ଆଇନା ଟେ ପରି ସଦୃଶ ଯେ ତାର  ସେ ନୁହେଁ ଆଉ କେହି, ଅଟେ "ସମ୍ପର୍କ" ଯେ ନାମଟି ତାହାର ।। ସମ୍ପର୍କ ଟା ଯଦି ବହିଟି ଏ ହୁଏ                           "ଭୁଲ୍" ଯେ ତାହାର ଏକ ପୃଷ୍ଠା ତେଣୁ ସେ ପୃଷ୍ଠା କୁ ଚିରି ଦେବା ଭଲ                          ବହି ଟିକୁ ଜୀବନ ରୁ ନ ହଟା।। ସୁନ୍ଦରତା ପଛେ ନଥାଉ ସମ୍ପର୍କେ     ...

ମୋ ସପନ ରାଇଜେ ପରୀ ଟେ ତୁ

Image
  ମୋ ସପନ ରାଇଜେ ପରୀ ଟେ ତୁ ସପନ ରାଇଜେ ମୋ ନୀତି ଆସି ମୋତେ ଚୋରି କଲୁ  ଜନ୍ମ ଜନ୍ମ ପାଇଁ  ତୋ ପ୍ରେମ ଡୋରିରେ ମୋତେ ବାନ୍ଧି ନେଇ, ମୋ ମନରେ ଘରଟେ ତୋଳି ଦେଲୁ  || ହଜିଥିବା ଠିକଣା କୁ ନୀତି ମୁଁ ଖୋଜୁଥିଲି  ଭାବି ନଥିଲି ସେ ଠିକଣା ମୋ ସପନ ରାଇଜେ ଆସିବ ବୋଲି || ବିନ୍ଦୁଏ ପ୍ରେମ ପାଇବାକୁ କେତେ ଯେ ସ୍ବପ୍ନ ଦେଖୁଥିଲି  ଜାଣି ନଥିଲି ସେ ପରୀ ଟି ବି ମୋତେ ଖୋଜି ବୁଲୁଛି ବୋଲି  , ତୁ ମୋ ଦୁନିଆ , ତୁ ମୋ ପୃଥିବୀ  ହୃଦୟରେ ତୋତେ ସବୁ ଦିନ ସାଇତି ରଖିଥିବି  || ସପନ ରାଇଜରେ ଆସି ବୋଳିଦେଲୁ ତୁ ଇନ୍ଦ୍ରଧନୁ ର ରଙ୍ଗ  ସେଇ ରଙ୍ଗ ର ସ୍ପର୍ଶରେ ମନରେ ଖେଳିଯାଏ ଖୁସିର ତରଙ୍ଗ  || ମୋ ଆଖିର ସପନ ତୁ , ମୋ ବଂଚିବାର କାରଣ ବି ତୁ  ଶହେ ଜନ୍ମ ଯାଏଁ ସପନ ରେ ଆସୁଥିବୁ   ମୋ ସପନ ରାଇଜରେ ପରୀଟିଏ  ତୁ  ||  ଦେବେନ୍ଦ୍ର ଧିନ୍ଦା Read More : ଏ ଜୀବନ ରାସ୍ତାରେ . . .  ତୁମ ବିନା ପ୍ରିୟା . . . ଲାଜେଇ ସେ ଲାଜକୁଳୀ ଲତା . . .  ପ୍ରଥମ ଦେଖାରେ ….. ବର୍ଷା. . . ମୃତ୍ୟ ତୁମେ ମହାକାଳ

ମୃତ୍ୟ ତୁମେ ମହାକାଳ

Image
  ମୃତ୍ୟ ତୁମେ ମହାକାଳ ମୁଁ ଜାଣେ, ତୁମେ ନିଶ୍ଚୟ ଆସିବ                          ଏ ଧରାରୁ ମୋତେ ନିଶବ୍ଦ ପାଲିକିଂ ରେ ନେଇଯିବ  ଆତ୍ମୀୟ ସଜ୍ଜନ ଧୋଉଥିବେ ମୋତେ  ସେମାନଙ୍କ ନୟନ ବାରିରେ ତୁମେ ଆସିବାର ପ୍ରତିଜ୍ଞାରେ  ମୁଁ ଶୋଇଥିବି ନିଶବ୍ଦ ନିଶ୍ଚଳ ମୁଦ୍ରାରେ  ||(୧) ସ୍ତ୍ରୀ ପୁଅ ଝିଅ ଆତ୍ମୀୟ ସଜ୍ଜନ କାନ୍ଧୁଥିବେ କଇଁ କଇଁ  ୧୨-୧୩ ଦିନ ଗଲେ ଧୀରେ ଧୀରେ ସବୁ ଯିବ ଧୋଇ  ଖୋଜାପଡୁଥିବ ମୋର ବ୍ୟାଙ୍କ ଖାତା ଖତିଆନ ହେଉଥିବ ଅର୍ଜିତ ଧନ ସମ୍ପତିର ଭାଗ  ଶୂନ ଶାନ  ଶ୍ମାଶନ ର ନିରବ ଯୁଇରେ ପଡ଼ିଥିବ ମୋର ପାଉଁଶ  ||(୨ ) ମଦିରା ପାନ ବେଳେ   ମନେ ପକାଇବେ ସାଙ୍ଗ ମାନେ ମୋରି ନାଁ ରେ "cheers" କରି  ଝୁମିବେ ସେମାନେ ||(୩ )   ଯେତେ ଲୁଚି ଛପି ରହିଲେ ବି   ମୁଁ ଜାଣେ ତୁମେ ମୋର ଅତି ଆପଣାର  ତୁମ ସାଥି ପାଇଗଲେ ଥରେ  ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର || ମୃତ୍ୟ , ତୁମେ ମହାକାଳ  ତୁମରି ପାଇଁ ତ ଏ ମୋହ ମାୟା  ଆଉ ଧନ ରତ୍ନ ର ସଂସାର !!!                                ...

ଏ ଜୀବନ ପଥେ ଏମିତି ପଥିକଟେ ମୁଁ . . .

Image
  ଏ ଜୀବନ ପଥେ ଏମିତି ପଥିକଟେ ମୁଁ  . . . ଏ ଜୀବନ ପଥେ ଏମିତି ଯେ ପଥିକ ଟେ ମୁଁ  ଚାଲେ ଆଜି ବାଟ ଏକା ଏକା  ମାୟାମରିଚିକା ଜୀବନ ଜଙ୍ଗଲରେ  ଖୋଜିବୁଲେ “ସମ୍ପର୍କ“ ର ସଂଜ୍ଞା  ||(୧) ସମ୍ପର୍କ ଟା ଏଠି ଅଦିନିଆ ବର୍ଷା  ଏଇ ଅଛି  ଆଉ ଏଇ ନାହିଁ  ଧନ ରତ୍ନ ମୋହ ମାୟାରେ ସେ ବନ୍ଧା  ଆତ୍ମା ପକ୍ଷୀ ବି ଜାଣିପାରେ ନାହିଁ  ||(୨) ସମ୍ପର୍କର  ବର୍ଣ୍ଣବୋଧ ବହିଟିରେ ଆଜି  ଖୋଜିବୁଲେ ପୃଷ୍ଠା ପୃଷ୍ଠା କରି  ଧନ,ରତ୍ନ,କୁବେର ସମ୍ପତ୍ତି ଆଉ ଚାକିରୀ ସରକାରୀ  ଉତ୍ତର ରେ ମିଳେ ପରା ସଂଜ୍ଞା ତାହାରି  ||(୩) ଆତ୍ମା ପକ୍ଷୀ ମୋର ଖୋଜି ଖୋଜି “ସମ୍ପର୍କ” କୁ ଆଜି       ହେଲାଣି  ଯେ  ବାଟବଣା  ଚାତକ ଟେ ପରି ରହିଛି ସେ ଚାହିଁ  ଜାଣେ ନାହିଁ କେବେ ଶୁଖିଯିବ ଏ ଜୀବନ ର ଧାରା ||(୪) ଏ ଜୀବନ ପଥରେ ଏମିତି ଯେ ପଥିକ ଟେ ମୁଁ  ଜାଣେ ନାହିଁ ପଥ ସରଗ କୁ ନା ନରକକୁ  ଜାଣେ ଖାଲି ପରା “ସମ୍ପର୍କ” ଟା ସତେ ନିଶ୍ୱାସ ପ୍ରଶ୍ୱାସ  ବନ୍ଦ ହେଲେ ଥରେ ଫେରିପାରେନା ସେ ତା ପୁରୁଣା ପଥକୁ || (୫) ଏ ଜୀବନେ ପଥେ ଏମିତି ଯେ  ପଥିକ ଟେ ମୁଁ  . .  Debendra Dhinda Read More : ଏ ଜୀବନ ରାସ୍ତାରେ . . ....

ଏ ଜୀବନ ରାସ୍ତାରେ . . .

Image
  ଏ ଜୀବନ ରାସ୍ତାରେ . . .  ଏ ଜୀବନ  ରାସ୍ତା ଚାଲୁ ଚାଲୁ ପୁଣି  କେଜାଣି କାହିଁକି ଏମିତି ହୁଏ . . . ଚି଼ହ୍ନ| ରାସ୍ତାଟି ବି ସମୟ ଆସିଲେ  ଜାଣି ଜାଣି କଷ୍ଟ ଦିଏ  ||(୧) ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ  ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ . . . କେଜାଣି କାହିଁକି ଅଜଣା ଅବୁଝା ଅତୀତ  ପାଦ  ଟାଣି ଧରି ନିଏ ||(୨) ଏ ଜୀବନ ରାସ୍ତା ଚାଲୁ ଚାଲୁ ଯଦି  ସ୍ପର୍ଶ ହୁଏ ଥରେ ବୈଶାଖୀ ର ତାତି  . . . ତା ନିଆଁ ସ୍ପର୍ଶରେ ପତ୍ର ଝଡା ଦିଏ ଏ ମନ  ଫଗୁ ର ଶୀତଳ ସ୍ପର୍ଶ ବି କରିପାରେନା ତାକୁ ଶାନ୍ତି ||(୩) ଏ ଜୀବନ ରାସ୍ତା ବୋଧେ ଯନ୍ତ୍ରଣା ର ରାସ୍ତା  ଆଉ ସାଥେ କେଇ ଟୋପା ଲୁହ  . . . ଝରୁଥାଏ ନୀତି  ଏଇ ଆଖି କୋଣୁ  ଭିଜିଯାଏ ଆଖିପତା ,ଓଠ ଆଉ ହୃଦୟ ||(୪) ବଦଳେ ନାହିଁ ସମ୍ପର୍କ ଆପଣାର ସହ  କିନ୍ତୁ ବଦଳି ଯାଆନ୍ତି ଆପଣାର ସମୟ ସହ  ଅନ୍ତ ହେଇଯିବ କେବେ ଏ ଜୀବନ  ସମୟ ର ତାଳ ତାଳ ସହ ||(୫) ଏ ଜୀବନ ରାସ୍ତାରେ  . . . ଦେବେନ୍ଦ୍ର ଧିନ୍ଦା   Read More : ତୁମ ବିନା ପ୍ରିୟା . . . ଲାଜେଇ ସେ ଲାଜକୁଳୀ ଲତା . . .  ପ୍ରଥମ ଦେଖାରେ ….. ବର୍ଷା. . .