Posts

Showing posts from 2021

ଏ ଜୀବନ ପଥେ ଏମିତି ପଥିକଟେ ମୁଁ . . .

Image
  ଏ ଜୀବନ ପଥେ ଏମିତି ପଥିକଟେ ମୁଁ  . . . ଏ ଜୀବନ ପଥେ ଏମିତି ଯେ ପଥିକ ଟେ ମୁଁ  ଚାଲେ ଆଜି ବାଟ ଏକା ଏକା  ମାୟାମରିଚିକା ଜୀବନ ଜଙ୍ଗଲରେ  ଖୋଜିବୁଲେ “ସମ୍ପର୍କ“ ର ସଂଜ୍ଞା  ||(୧) ସମ୍ପର୍କ ଟା ଏଠି ଅଦିନିଆ ବର୍ଷା  ଏଇ ଅଛି  ଆଉ ଏଇ ନାହିଁ  ଧନ ରତ୍ନ ମୋହ ମାୟାରେ ସେ ବନ୍ଧା  ଆତ୍ମା ପକ୍ଷୀ ବି ଜାଣିପାରେ ନାହିଁ  ||(୨) ସମ୍ପର୍କର  ବର୍ଣ୍ଣବୋଧ ବହିଟିରେ ଆଜି  ଖୋଜିବୁଲେ ପୃଷ୍ଠା ପୃଷ୍ଠା କରି  ଧନ,ରତ୍ନ,କୁବେର ସମ୍ପତ୍ତି ଆଉ ଚାକିରୀ ସରକାରୀ  ଉତ୍ତର ରେ ମିଳେ ପରା ସଂଜ୍ଞା ତାହାରି  ||(୩) ଆତ୍ମା ପକ୍ଷୀ ମୋର ଖୋଜି ଖୋଜି “ସମ୍ପର୍କ” କୁ ଆଜି       ହେଲାଣି  ଯେ  ବାଟବଣା  ଚାତକ ଟେ ପରି ରହିଛି ସେ ଚାହିଁ  ଜାଣେ ନାହିଁ କେବେ ଶୁଖିଯିବ ଏ ଜୀବନ ର ଧାରା ||(୪) ଏ ଜୀବନ ପଥରେ ଏମିତି ଯେ ପଥିକ ଟେ ମୁଁ  ଜାଣେ ନାହିଁ ପଥ ସରଗ କୁ ନା ନରକକୁ  ଜାଣେ ଖାଲି ପରା “ସମ୍ପର୍କ” ଟା ସତେ ନିଶ୍ୱାସ ପ୍ରଶ୍ୱାସ  ବନ୍ଦ ହେଲେ ଥରେ ଫେରିପାରେନା ସେ ତା ପୁରୁଣା ପଥକୁ || (୫) ଏ ଜୀବନେ ପଥେ ଏମିତି ଯେ  ପଥିକ ଟେ ମୁଁ  . .  Debendra Dhinda Read More : ଏ ଜୀବନ ରାସ୍ତାରେ . . ....

ଏ ଜୀବନ ରାସ୍ତାରେ . . .

Image
  ଏ ଜୀବନ ରାସ୍ତାରେ . . .  ଏ ଜୀବନ  ରାସ୍ତା ଚାଲୁ ଚାଲୁ ପୁଣି  କେଜାଣି କାହିଁକି ଏମିତି ହୁଏ . . . ଚି଼ହ୍ନ| ରାସ୍ତାଟି ବି ସମୟ ଆସିଲେ  ଜାଣି ଜାଣି କଷ୍ଟ ଦିଏ  ||(୧) ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ  ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ . . . କେଜାଣି କାହିଁକି ଅଜଣା ଅବୁଝା ଅତୀତ  ପାଦ  ଟାଣି ଧରି ନିଏ ||(୨) ଏ ଜୀବନ ରାସ୍ତା ଚାଲୁ ଚାଲୁ ଯଦି  ସ୍ପର୍ଶ ହୁଏ ଥରେ ବୈଶାଖୀ ର ତାତି  . . . ତା ନିଆଁ ସ୍ପର୍ଶରେ ପତ୍ର ଝଡା ଦିଏ ଏ ମନ  ଫଗୁ ର ଶୀତଳ ସ୍ପର୍ଶ ବି କରିପାରେନା ତାକୁ ଶାନ୍ତି ||(୩) ଏ ଜୀବନ ରାସ୍ତା ବୋଧେ ଯନ୍ତ୍ରଣା ର ରାସ୍ତା  ଆଉ ସାଥେ କେଇ ଟୋପା ଲୁହ  . . . ଝରୁଥାଏ ନୀତି  ଏଇ ଆଖି କୋଣୁ  ଭିଜିଯାଏ ଆଖିପତା ,ଓଠ ଆଉ ହୃଦୟ ||(୪) ବଦଳେ ନାହିଁ ସମ୍ପର୍କ ଆପଣାର ସହ  କିନ୍ତୁ ବଦଳି ଯାଆନ୍ତି ଆପଣାର ସମୟ ସହ  ଅନ୍ତ ହେଇଯିବ କେବେ ଏ ଜୀବନ  ସମୟ ର ତାଳ ତାଳ ସହ ||(୫) ଏ ଜୀବନ ରାସ୍ତାରେ  . . . ଦେବେନ୍ଦ୍ର ଧିନ୍ଦା   Read More : ତୁମ ବିନା ପ୍ରିୟା . . . ଲାଜେଇ ସେ ଲାଜକୁଳୀ ଲତା . . .  ପ୍ରଥମ ଦେଖାରେ ….. ବର୍ଷା. . .