Posts

Showing posts from 2018

ଲାଜେଇ ସେ ଲାଜକୁଳୀ ଲତା . . .

Image
ଲାଜେଇ ସେ ଲାଜକୁଳୀ ଲତା . . .  ଲାଜେଇ ସେ ଲାଜକୁଳୀ ଲତା   ହସରୁ ତା ସତେ ଝୁରେ ମୁକୁତା   ଜହ୍ନ ରାଇଜର ସତେ ପରୀଟିଏ ସିଏ   ତା ଓଠ ର ସେଇ ନାଲି ନାଲି ଦାଗ ଆଉ ସେଇ ନୀଳ ନୀଳ ଆଖି ମୋ ମନକୁ ମୋହି ନିଏ ||( ୧) ଲାଜକୁ ସଜେଇ ଗହଣା ଟିଏ   ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ   ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ||( ୨) ସ୍ମିତ ହାସ୍ୟ ଦେଇ କରିଲ ନିଜର  ପାରୁ ନାହିଁ ଯେ ତୁମକୁ ଭୁଲି  ମୋ ହୃଦୟର ବନ୍ଦ କୋଠରୀକୁ   ତୁମ ଆଗମନେ ଦେଲି ଖୋଲି ||( ୩) ଲାଜେଇ   ଯେ ତୁମେ ଲାଜକୁଳୀ ଲତା   ମୋ ମନକୁ ଚୋରି କଲ ପ୍ରଥମ ଦେଖାରେ ଆଖି ପଲକରେ ବ୍ୟଥା ରାଗିଣୀରୁ ଭାବନା ମୋ ଚୋରିକରିନେଲ ||( ୪) Debendra Dhinda Read More : https://poemfromdebheart.blogspot.com/2019/07/pratham-dekhare.html