Posts

Showing posts from April, 2017

ବର୍ଷା...

Image
ବର୍ଷା --------- ଟୁପୁରୁ ଟୁପୁରୁ ସେଇ ବର୍ଷା ଛିଟା   ଶ୍ରାବଣରେ ଆସି ମୋ ମନ କୁ କରିଲା ସେ ଓଦା   ସେ ଛିଟାର ସେଇ କୋମଳ ସ୍ପର୍ଶରେ   ଉଙ୍କିମାରେ ଏ ମନରେ ଅନେକ କଥା   ଡର ଲାଗେ ପୁଣି ଥରେ   କାଳେ   ଏ ମନର   କଥା ରହି ନ ଯାଉ ଅଧା ||( ୧) ବରଷା ଝରୁଛି , ଏ ମନ ଝୁମୁଛି   ତୁମ ଆସିବା ବାଟକୁ ଚାହିଁ ମୁଁ ବସିଛି   କହିଦିଅ ପ୍ରିୟେ ତୁମେ ଆସିବ କି ନାହିଁ   ତୁମ ବିନା   ଏ ବର୍ଷା ଛିଟା ଯାଏ ଅମାନିଆ ହୋଇ ||( ୨) ଛାଡିବ ଛାଡିବ ହେଉଛି ସେ ବର୍ଷା   ତୁମ ଆଗମନେ ସତେ କରୁଛି ସେ ଇର୍ଷା   କେବେ କେବେ ଲାଜରେ ସେ ଯାଉଛି ଲାଜେଇ   ତାର ସେଇ ବୁକୁ ସ୍ପର୍ଶୀ ଛିଟାରେ ଦେଉଛି ଭିଜେଇ ||( ୩) ବର୍ଷା ରେ ବର୍ଷା , ତୋ ରୂପ ଗୁଣର ନାହିଁ ଯେ ଆକଳନ   କେତେବେଳେ କରୁଥାଉ ତାଣ୍ଡବ ନୃତ୍ୟ ତ ପୁଣି କେତେବେଳେ ଦେଉଥାଉ ନୂଆ ଜୀବନ  ||( ୪) ସୁକୁମାରୀ ପ୍ରିୟା ଟିଏ ଯେ ମୋର ହୁଏ ଖୁସି ତୋତେ ଦେଖି   ତୋର ସେଇ ଶୀତଳ କମଳ ଛିଟାକୁ   ଦେ ମୋ ପ୍ରିୟା ଦେହରେ ମାଖି ||( ୫) ରେ   ବର୍ଷା , ବର୍ଷା ରେ ବର୍ଷା . . . ତୁ ଜାଣ...