ଲାଜେଇ ସେ ଲାଜକୁଳୀ ଲତା . . .
ଲାଜେଇ ସେ ଲାଜକୁଳୀ ଲତା . . . ଲାଜେଇ ସେ ଲାଜକୁଳୀ ଲତା ହସରୁ ତା ସତେ ଝୁରେ ମୁକୁତା ଜହ୍ନ ରାଇଜର ସତେ ପରୀଟିଏ ସିଏ ତା ଓଠ ର ସେଇ ନାଲି ନାଲି ଦାଗ ଆଉ ସେଇ ନୀଳ ନୀଳ ଆଖି ମୋ ମନକୁ ମୋହି ନିଏ ||( ୧) ଲାଜକୁ ସଜେଇ ଗହଣା ଟିଏ ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ||( ୨) ସ୍ମିତ ହାସ୍ୟ ଦେଇ କରିଲ ନିଜର ପାରୁ ନାହିଁ ଯେ ତୁମକୁ ଭୁଲି ମୋ ହୃଦୟର ବନ୍ଦ କୋଠରୀକୁ ତୁମ ଆଗମନେ ଦେଲି ଖୋଲି ||( ୩) ଲାଜେଇ ଯେ ତୁମେ ଲାଜକୁଳୀ ଲତା ମୋ ମନକୁ ଚୋରି କଲ ପ୍ରଥମ ଦେଖାରେ ଆଖି ପଲକରେ ବ୍ୟଥା ରାଗିଣୀରୁ ଭାବନା ମୋ ଚୋରିକରିନେଲ ||( ୪) Debendra Dhinda Read More : https://poemfromdebheart.blogspot.com/2019/07/pratham-dekhare.html