Posts

Showing posts from 2019

ସୁକୁମାରୀ ଝିଅ ଟେ ସେ . . .

Image
ସୁକୁମାରୀ ଝିଅ ଟେ ସେ . . . ଆଖିରେ ରଖି ଲାଜର ଭଣ୍ଡାର  ଗୋଲାପି ଓଠରେ କିଛି ଅକୁହା କଥା  ହୃଦୟ ବୁକୁରେ ରଖି ଅନେକ ସ୍ଵପ୍ନ କିଛି କହିବାକୁ ଚାହୁଁଥିଲା ସେ ସତେ  ସେ ଦିନର ସେଇ ସୁକୁମାରୀ ଝିଅଟେ || (୧) ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର  ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ  ମୋ ସ୍ଵପ୍ନର ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର ଶାୟାରୀ ଟେ ହେବାପାଇଁ ଚାହୁଁଥିଲା ମୋ ପ୍ରେମର ସତେ  ସେ ଦିନର ସେଇ ସୁକୁମାରୀ ଝିଅଟେ || ( ୨ ) ଆଖି ସାଥେ ଆଖି ମିସାଉଥିଲା ସେ  ମୁରୁକି ହସୁଥିଲା ଦେଖି ମୋତେ  ଚାଲୁ ଚାଲୁ ଟିକେ ଝୁଂଟୁଥିଲା ସିଏ  ମନ କିଣୁଥିଲା ତାର ଇଶାରା ରେ  ମନେ ମନେ ସତେ  ଖଜୁଥିଲା ସାଥିଟିଏ  ରଙ୍ଗ ଭରିବାକୁ ତା ଫିକା ଜୀବନରେ  ସେ ଦିନର ସେଇ ସୁକୁମାରୀ ଝିଅଟେ || ( ୩ ) ସମୟର ସ୍ରୋତ , ଲୁହର ସେ ନଦୀ  ଭସାଇ ନେଇଥିଲା ସବୁ ଆଶା ଆକାଂକ୍ଷା କୁ  ବିଳମ୍ବ ହେଇଯାଇଥିଲା ମୁଁ ବୁଝିଲା ବେଳକୁ  ରାତ୍ରିର ଘନ ଅନ୍ଧକାର ରେ ପ୍ରଶ୍ନ କରେ ଆଜି ବି ମୁଁ ନିଜକୁ  କ'ଣ ଆଉଥରେ ଗଢି ପାରିବକି “ ସେ ସୁକୁମାରୀ ଝିଅଟି” ତାର ସେଇ ବାଲିଘରକୁ ? ? ? ( ୪) ଦେବେନ୍ଦ୍ର ଧିନ୍ଦା   Read More : ତୁମ ବ...

ତୁମ ବିନା ପ୍ରିୟା . . .

Image
ତୁମ ବିନା ପ୍ରିୟା . . . ତୁମ ବିନା ପ୍ରିୟା ବିତିଯାଏ ଏଠି  କେତେ ରାତି ଆଖି  ପଲକ ନ ପକାଇ  ଦିନ  ମାସ ବର୍ଷ ବିତେ ଏଠି  ତୁମ ଫେରିବା  ବାଟକୁ ଚାହିଁ ଚାହିଁ      || ( ୧ ) ମଳୟ ପବନ  ବି ଗାଉନାହିଁ ଆଉ ଗୁଣୁଗୁଣୁ ଗୀତ  ତାର  ଶୁଭୁନାହିଁ   ଆଉ ବର୍ଷାରାଣୀ ର ରୁଣୁଝୁଣୁ ଶବ୍ଦ ଏଠି  ଶରୀର ର ସବୁ ଅଙ୍ଗ କରନ୍ତି ଗୁହାରି   ତୁମୋ ବାଟକୁ ଚାହିଁ ଚାହିଁ ରକ୍ତ କଣିକା ବି ପାଲଟାଇଲେଣି ପଥର ପରି || ( ୨ ) ଆଖି ମୋର କହେ ହୃଦୟ ର ବ୍ୟଥା  ତୁମେ ବୋଧେ ଶେଷ ପ୍ରେମ ମୋର  ଶେଷ ଆଶା ଆଉ ଶେଷ ସ୍ବପ୍ନ ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ ସୂର୍ଯ୍ୟ ବିନା ଚନ୍ଦ୍ର ର ଆଲୋକ ଯେମିତି  ||( ୩ ) ଦେବେନ୍ଦ୍ର ଧିନ୍ଦା   Read More : https://poemfromdebheart.blogspot.com/2019/07/pratham-dekhare.html

ପ୍ରଥମ ଦେଖାରେ …..

Image
ପ୍ରଥମ ଦେଖାରେ ….. ============== ପ୍ରଥମ ଦେଖାରେ କାହିଁକି କେଜାଣି  ଲାଗିଲ ଅତି  ନିଜର  ଲାଗିଲା ଯେମିତି ସମ୍ପର୍କ ଆମର  ପୂର୍ବ ଜନ୍ମ ଜନ୍ମାନ୍ତର ର …….||( 1) ମୃଗ ନୟନୀ ସେ ଆଖିର ଚାହାଣୀ  ନାଲି ଓଧର  ର ସେ ନୀରବତା  କାନେ କାନେ ମୋର କହୁଥିଲା ସତେ  ତୁମେ ମୋ ଚିରଦିନର  ନାୟିକା ||(2) ହୃଦୟର ସ୍ପନ୍ଦନ କିଛି କ୍ଷଣ ପାଇଁ ମୋର  ହୋଇଯାଇଥିଲେ ସତେ ସ୍ତବ୍ଧ  ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କିମାରୁଥିଲା ମନେ  ମୁଁ ହୋଇପାରିଵିତ  ଆପଣାର ||(3) ସ୍ମିତ ହାସ୍ୟ ଦେଇ କରିଲ  ନିଜର  କେମିତି ପାରିବି ତୁମୋକୁ ଭୁଲି  ମୋ ହୃଦୟର ସେଇ ନିବୁଜ କୋଠରୀ  କୁ  ତୁମୋ ଆଗମନେ ଦେଲି ଖୋଲି ||(4) କେତେ ଝଡଝଞ୍ଜା ବାଧା ବିଘ୍ନ ପରେ  ସାଜିଲୁ ଆମେ ଦୁଇ ପ୍ରେମ ପଖୀ  କଥା ଦେଲି “ଆନି “ କରିବିନି କେବେ  ଜୀବନେ ମୁଁ  ତୁମୋକୁ ଦୁଖୀ ||(5) ଦେବେନ୍ଦ୍ର ଧିନ୍ଦା   Read More https://poemfromdebheart.blogspot.com/2019/08/tumobina-priya.html