ଏ ଜୀବନ ପଥେ ଏମିତି ପଥିକଟେ ମୁଁ . . .
ଏ ଜୀବନ ପଥେ ଏମିତି ପଥିକଟେ ମୁଁ . . . ଏ ଜୀବନ ପଥେ ଏମିତି ଯେ ପଥିକ ଟେ ମୁଁ ଚାଲେ ଆଜି ବାଟ ଏକା ଏକା ମାୟାମରିଚିକା ଜୀବନ ଜଙ୍ଗଲରେ ଖୋଜିବୁଲେ “ସମ୍ପର୍କ“ ର ସଂଜ୍ଞା ||(୧) ସମ୍ପର୍କ ଟା ଏଠି ଅଦିନିଆ ବର୍ଷା ଏଇ ଅଛି ଆଉ ଏଇ ନାହିଁ ଧନ ରତ୍ନ ମୋହ ମାୟାରେ ସେ ବନ୍ଧା ଆତ୍ମା ପକ୍ଷୀ ବି ଜାଣିପାରେ ନାହିଁ ||(୨) ସମ୍ପର୍କର ବର୍ଣ୍ଣବୋଧ ବହିଟିରେ ଆଜି ଖୋଜିବୁଲେ ପୃଷ୍ଠା ପୃଷ୍ଠା କରି ଧନ,ରତ୍ନ,କୁବେର ସମ୍ପତ୍ତି ଆଉ ଚାକିରୀ ସରକାରୀ ଉତ୍ତର ରେ ମିଳେ ପରା ସଂଜ୍ଞା ତାହାରି ||(୩) ଆତ୍ମା ପକ୍ଷୀ ମୋର ଖୋଜି ଖୋଜି “ସମ୍ପର୍କ” କୁ ଆଜି ହେଲାଣି ଯେ ବାଟବଣା ଚାତକ ଟେ ପରି ରହିଛି ସେ ଚାହିଁ ଜାଣେ ନାହିଁ କେବେ ଶୁଖିଯିବ ଏ ଜୀବନ ର ଧାରା ||(୪) ଏ ଜୀବନ ପଥରେ ଏମିତି ଯେ ପଥିକ ଟେ ମୁଁ ଜାଣେ ନାହିଁ ପଥ ସରଗ କୁ ନା ନରକକୁ ଜାଣେ ଖାଲି ପରା “ସମ୍ପର୍କ” ଟା ସତେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଲେ ଥରେ ଫେରିପାରେନା ସେ ତା ପୁରୁଣା ପଥକୁ || (୫) ଏ ଜୀବନେ ପଥେ ଏମିତି ଯେ ପଥିକ ଟେ ମୁଁ . . Debendra Dhinda Read More : ଏ ଜୀବନ ରାସ୍ତାରେ . . ....