Posts

Showing posts from January, 2025

“ଶେଫାଳି”

Image
  “ଶେଫାଳି” ଆଦ୍ୟ ଫଗୁଣର ପହିଲି ସ୍ପର୍ଶରେ , ପହିଲି ଉଷାର ପହିଲି ରଙ୍ଗରେ ଚମକେ ତୁମରି ଦେହ   , ତୁମ ଦେହର ସେ ବାସ ରେ ବାସ ରେ ମୋ ହୃଦୟ ହୁଏ ମହ ମହ || ଅନ୍ଧାର ର କିଟି କିଟି ସ୍ଥିତି ଭିତରେ , ତା ଭିତରେ ଖୋଜୁଥାଏ ମୁଁ ଏକ ଛାଇ , ପବନ ଗତିରେ ଆସି ସେଇ ଛାଇ ମୋ ହୃଦୟେ ବାତ୍ୟା ର କରାଳ ସ୍ଥିତି ଦେଲା ଉପୁଜାଇ || ଅନ୍ତିମ ଚରଣ ର ଚିରନ୍ତନ ଆରମ୍ଭର ତୁଳି ଆଙ୍କିଦେଇ ମିଳନର ଅନ୍ତିମ ମୁହୁର୍ତେ ବିରହର ସ୍ୱର ଦେଇ , ଫୁଟିବାର ପୂର୍ବ   ଲଗନେ " ଶେଫାଳି " ର ପାଖୁଡା ପରି ଟେ ସତେ ହୋଇଗଲା କି ସେଇ ..... ||| --- ଦେବେନ୍ଦ୍ର ଧିନ୍ଦ। --- Read More : ଏ ଜୀବନ ରାସ୍ତାରେ . . .  ତୁମ ବିନା ପ୍ରିୟା . . . ଲାଜେଇ ସେ ଲାଜକୁଳୀ ଲତା . . .  ବର୍ଷା....

ସତ୍ୟ ର ପଥେ ପଥେ.. .

Image
  ସତ୍ୟ ର ପଥେ ପଥେ... ସତ୍ୟ ପଥେ ଚାଲେ ଯିଏ ଏଠି ମିଳୁଥାଏ ତାକୁ ଖାଲି କଷ୍ଟ , ସତ୍ୟ ପାଇଁ ଏଠି ସମସ୍ତେ ଆତଙ୍କିତ !!! କିନ୍ତୁ ଏଠି କିଏ କେତେ ଜାଗ୍ରତ ??? ନିଜ ସ୍ୱାର୍ଥ ପାଇଁ ସତ୍ୟ କୁ ଯେ ଏଠି ଦେଉଥାନ୍ତି ପାଦେ ଦଳି ଉପରକୁ ଖାଲି ଦେଖାଇ ହୁଅନ୍ତି ସତେ ଯେମିତି ସତ୍ୟ ର ଭିକାରୀ , ଗାଁ ଗହଳିରୁ ସହର ଯାଏଁ ସବୁ ଏଠି ସ୍ୱାର୍ଥବାଦୀ , ଗରିବ ର ତଂଟି ଚିପି ଚିପି ଦେଉଥାନ୍ତି ସତେ ସତ୍ୟ ର ଭେଟି    || ନ୍ୟାୟ ପାଇଁ ଗରିବ ଟେ ଯେବେ   ହୁଏ ଏଠି ବାଟବଣା , କୁଜି ନେତା ଠାରୁ ନେତା ଯାଏଁ ତାକୁ   ଦେଖାନ୍ତି ସତ୍ୟ ର ଗହଣା , ସେ ଗହଣା ପଛରେ ଲୁଚିଥାଏ କେତେ ଲାଞ୍ଚ ଆଉ କେତେ ଧକ୍କା , ଶେଷେ   ଦୋଷ ଦିଅନ୍ତି ଏଠି "System " ପରା ଅସତ୍ୟ ରେ ଭରା  || ଆସୁଥାଏ ଯାଉଥାଏ   ନିତି ସଞ୍ଜ ସକାଳ , ହେ କଙ୍କାଳ ଗଣ , ନିଦ୍ରା ଭଙ୍ଗ କର ତୁମ୍ଭର , ଏ ବିଂଶ ଶତାବ୍ଦୀରେ   ଟିକେ ତୁମ୍ଭ ଚେତନା କୁ ଜାଗ୍ରତ କର , ତେଲିଆ ମୁଣ୍ଡକୁ ତେଲ , ନୁଖୁରା ମୁଣ୍ଡ କୁ ଆଉ ନୁଖୁରା ନ କର , ଚାଲିବାକୁ ଚେଷ୍ଟା କର ସତ୍ୟ ର ପଥେ ପଥେ , ଦେଖିବ , ଦିନେ ନା ଦିନେ ଜିତାପଟ ହେବ ସେଇ ସତ୍ୟ ଧର୍ମର   || ...