ମୃତ୍ୟ ତୁମେ ମହାକାଳ
ମୃତ୍ୟ ତୁମେ ମହାକାଳ ମୁଁ ଜାଣେ, ତୁମେ ନିଶ୍ଚୟ ଆସିବ ଏ ଧରାରୁ ମୋତେ ନିଶବ୍ଦ ପାଲିକିଂ ରେ ନେଇଯିବ ଆତ୍ମୀୟ ସଜ୍ଜନ ଧୋଉଥିବେ ମୋତେ ସେମାନଙ୍କ ନୟନ ବାରିରେ ତୁମେ ଆସିବାର ପ୍ରତିଜ୍ଞାରେ ମୁଁ ଶୋଇଥିବି ନିଶବ୍ଦ ନିଶ୍ଚଳ ମୁଦ୍ରାରେ ||(୧) ସ୍ତ୍ରୀ ପୁଅ ଝିଅ ଆତ୍ମୀୟ ସଜ୍ଜନ କାନ୍ଧୁଥିବେ କଇଁ କଇଁ ୧୨-୧୩ ଦିନ ଗଲେ ଧୀରେ ଧୀରେ ସବୁ ଯିବ ଧୋଇ ଖୋଜାପଡୁଥିବ ମୋର ବ୍ୟାଙ୍କ ଖାତା ଖତିଆନ ହେଉଥିବ ଅର୍ଜିତ ଧନ ସମ୍ପତିର ଭାଗ ଶୂନ ଶାନ ଶ୍ମାଶନ ର ନିରବ ଯୁଇରେ ପଡ଼ିଥିବ ମୋର ପାଉଁଶ ||(୨ ) ମଦିରା ପାନ ବେଳେ ମନେ ପକାଇବେ ସାଙ୍ଗ ମାନେ ମୋରି ନାଁ ରେ "cheers" କରି ଝୁମିବେ ସେମାନେ ||(୩ ) ଯେତେ ଲୁଚି ଛପି ରହିଲେ ବି ମୁଁ ଜାଣେ ତୁମେ ମୋର ଅତି ଆପଣାର ତୁମ ସାଥି ପାଇଗଲେ ଥରେ ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର || ମୃତ୍ୟ , ତୁମେ ମହାକାଳ ତୁମରି ପାଇଁ ତ ଏ ମୋହ ମାୟା ଆଉ ଧନ ରତ୍ନ ର ସଂସାର !!! ...