ତୁମ ବିନା ପ୍ରିୟା . . .

ତୁମ ବିନା ପ୍ରିୟା . . .



ତୁମ ବିନା ପ୍ରିୟା . . .


ତୁମ ବିନା ପ୍ରିୟା ବିତିଯାଏ ଏଠି 
କେତେ ରାତି ଆଖି  ପଲକ ନ ପକାଇ 
ଦିନ  ମାସ ବର୍ଷ ବିତେ ଏଠି 
ତୁମ ଫେରିବା  ବାଟକୁ ଚାହିଁ ଚାହିଁ      || ()

ମଳୟ ପବନ  ବି ଗାଉନାହିଁ ଆଉ ଗୁଣୁଗୁଣୁ ଗୀତ  ତାର 
ଶୁଭୁନାହିଁ   ଆଉ ବର୍ଷାରାଣୀ ର ରୁଣୁଝୁଣୁ ଶବ୍ଦ ଏଠି 
ଶରୀର ର ସବୁ ଅଙ୍ଗ କରନ୍ତି ଗୁହାରି  
ତୁମୋ ବାଟକୁ ଚାହିଁ ଚାହିଁ ରକ୍ତ କଣିକା ବି ପାଲଟାଇଲେଣି ପଥର ପରି || ()

ଆଖି ମୋର କହେ ହୃଦୟ ର ବ୍ୟଥା 
ତୁମେ ବୋଧେ ଶେଷ ପ୍ରେମ ମୋର 
ଶେଷ ଆଶା ଆଉ ଶେଷ ସ୍ବପ୍ନ
ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ

ସୂର୍ଯ୍ୟ ବିନା ଚନ୍ଦ୍ର ର ଆଲୋକ ଯେମିତି  ||()

ଦେବେନ୍ଦ୍ର ଧିନ୍ଦା


Comments

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ