ଏ ଜୀବନ ପଥେ ଏମିତି ପଥିକଟେ ମୁଁ . . .


 ଏ ଜୀବନ ପଥେ ଏମିତି ପଥିକଟେ ମୁଁ  . . .

ଏ ଜୀବନ ପଥେ ଏମିତି ଯେ ପଥିକ ଟେ ମୁଁ 

ଚାଲେ ଆଜି ବାଟ ଏକା ଏକା 

ମାୟାମରିଚିକା ଜୀବନ ଜଙ୍ଗଲରେ 

ଖୋଜିବୁଲେ “ସମ୍ପର୍କ“ ର ସଂଜ୍ଞା  ||(୧)

ସମ୍ପର୍କ ଟା ଏଠି ଅଦିନିଆ ବର୍ଷା 

ଏଇ ଅଛି  ଆଉ ଏଇ ନାହିଁ 

ଧନ ରତ୍ନ ମୋହ ମାୟାରେ ସେ ବନ୍ଧା 

ଆତ୍ମା ପକ୍ଷୀ ବି ଜାଣିପାରେ ନାହିଁ  ||(୨)

ସମ୍ପର୍କର  ବର୍ଣ୍ଣବୋଧ ବହିଟିରେ ଆଜି 

ଖୋଜିବୁଲେ ପୃଷ୍ଠା ପୃଷ୍ଠା କରି 

ଧନ,ରତ୍ନ,କୁବେର ସମ୍ପତ୍ତି ଆଉ ଚାକିରୀ ସରକାରୀ 

ଉତ୍ତର ରେ ମିଳେ ପରା ସଂଜ୍ଞା ତାହାରି  ||(୩)

ଆତ୍ମା ପକ୍ଷୀ ମୋର ଖୋଜି ଖୋଜି “ସମ୍ପର୍କ” କୁ ଆଜି 

    ହେଲାଣି  ଯେ  ବାଟବଣା 

ଚାତକ ଟେ ପରି ରହିଛି ସେ ଚାହିଁ 

ଜାଣେ ନାହିଁ କେବେ ଶୁଖିଯିବ ଏ ଜୀବନ ର ଧାରା ||(୪)

ଏ ଜୀବନ ପଥରେ ଏମିତି ଯେ ପଥିକ ଟେ ମୁଁ 

ଜାଣେ ନାହିଁ ପଥ ସରଗ କୁ ନା ନରକକୁ 

ଜାଣେ ଖାଲି ପରା “ସମ୍ପର୍କ” ଟା ସତେ ନିଶ୍ୱାସ ପ୍ରଶ୍ୱାସ 

ବନ୍ଦ ହେଲେ ଥରେ ଫେରିପାରେନା ସେ ତା ପୁରୁଣା ପଥକୁ ||(୫)


ଏ ଜୀବନେ ପଥେ ଏମିତି ଯେ  ପଥିକ ଟେ ମୁଁ  . . 


Debendra Dhinda

Read More :


Comments

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ