Posts

Showing posts from August, 2026

ସ୍ୱାଧୀନତାର ଅଧୂରା ସ୍ୱପ୍ନ .. .

Image
  ସ୍ୱାଧୀନତାର ଅଧୂରା ସ୍ୱପ୍ନ .. . ସ୍ୱାଧୀନତା ର ପତାକା   ଉଡେ ଆଜି ପବିତ୍ର ଗଗନେ ସ୍ୱାଧୀନତା ର ଗାଥା କୁ ପ୍ରତି ହୃଦୟରେ ପକାଇବା ପାଇଁ ମନେ , କିନ୍ତୁ ,   ଥରେ ପଚାରି ପାରିବ   ନିଜକୁ କଣ ସତ ରେ   ତୁମେ ଆଜି  " ସ୍ୱାଧୀନ"   ??   ଯେଉଁ ଦେଶେ ଆଜି ନାରୀ ଟିଏ ନୁହେଁ ନିରାପଦ ଯେଉଁ ଦେଶେ ଆଜି ଗରିବ ଟେ ବିକେ ତାର ସ୍ୱାଭିମାନ ଯେଉଁ ଦେଶେ ଆଜି ନ୍ୟାୟ   ବି ପାଲଟିଯାଏ   ଏକ ଅନ୍ଧାରି ରାତ୍ରି ଯେଉଁ ଦେଶେ ଖାଲି ଏଠି   ପିସି ଆଉ ଲାଞ୍ଚ ର ପରିଚୟ ସ୍ୱାଧୀନତା ର ଆଲୋକ ଟିକେ ପାଇଁ ଯାହା ଆଖିରୁ ଝରେ ଏଠି ଖାଲି ଲୁହ ସତେ କଣ , ଛାତିରେ ହାତ ରଖି କହିପାରିବ ଆଜି ତୁମେ ବି " ସ୍ୱାଧୀନ " ??   ଜାଗ ହେ ନବୀନ ଭାରତ ର ସନ୍ତାନ ଚେଇଁ ଶୋଇ ରହିବୁ ତୁ ଆଉ କେତେ ଦିନ   , ଆସିଛି ପରା ଆଜି ଶୁଭ ଲଗନ , ମୁକ୍ତ ଭାରତ ର ଆଜି ପରା ଜନ୍ମ ଦିନ , ସ୍ୱାଧୀନତା କେବେଳ   ନୁହେଁ   ସୀମିତ ଏହି ପତାକାରେ , ଏହା ଅଟେ ନ୍ୟାୟ , ସୁରକ୍ଷା , ସମାନତା ଦେବାରେ , ଆଉ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ   ||      ...