ସତ୍ୟ ର ପଥେ ପଥେ.. .
ସତ୍ୟ ର ପଥେ ପଥେ... ସତ୍ୟ ପଥେ ଚାଲେ ଯିଏ ଏଠି ମିଳୁଥାଏ ତାକୁ ଖାଲି କଷ୍ଟ , ସତ୍ୟ ପାଇଁ ଏଠି ସମସ୍ତେ ଆତଙ୍କିତ !!! କିନ୍ତୁ ଏଠି କିଏ କେତେ ଜାଗ୍ରତ ??? ନିଜ ସ୍ୱାର୍ଥ ପାଇଁ ସତ୍ୟ କୁ ଯେ ଏଠି ଦେଉଥାନ୍ତି ପାଦେ ଦଳି ଉପରକୁ ଖାଲି ଦେଖାଇ ହୁଅନ୍ତି ସତେ ଯେମିତି ସତ୍ୟ ର ଭିକାରୀ , ଗାଁ ଗହଳିରୁ ସହର ଯାଏଁ ସବୁ ଏଠି ସ୍ୱାର୍ଥବାଦୀ , ଗରିବ ର ତଂଟି ଚିପି ଚିପି ଦେଉଥାନ୍ତି ସତେ ସତ୍ୟ ର ଭେଟି || ନ୍ୟାୟ ପାଇଁ ଗରିବ ଟେ ଯେବେ ହୁଏ ଏଠି ବାଟବଣା , କୁଜି ନେତା ଠାରୁ ନେତା ଯାଏଁ ତାକୁ ଦେଖାନ୍ତି ସତ୍ୟ ର ଗହଣା , ସେ ଗହଣା ପଛରେ ଲୁଚିଥାଏ କେତେ ଲାଞ୍ଚ ଆଉ କେତେ ଧକ୍କା , ଶେଷେ ଦୋଷ ଦିଅନ୍ତି ଏଠି "System " ପରା ଅସତ୍ୟ ରେ ଭରା || ଆସୁଥାଏ ଯାଉଥାଏ ନିତି ସଞ୍ଜ ସକାଳ , ହେ କଙ୍କାଳ ଗଣ , ନିଦ୍ରା ଭଙ୍ଗ କର ତୁମ୍ଭର , ଏ ବିଂଶ ଶତାବ୍ଦୀରେ ଟିକେ ତୁମ୍ଭ ଚେତନା କୁ ଜାଗ୍ରତ କର , ତେଲିଆ ମୁଣ୍ଡକୁ ତେଲ , ନୁଖୁରା ମୁଣ୍ଡ କୁ ଆଉ ନୁଖୁରା ନ କର , ଚାଲିବାକୁ ଚେଷ୍ଟା କର ସତ୍ୟ ର ପଥେ ପଥେ , ଦେଖିବ , ଦିନେ ନା ଦିନେ ଜିତାପଟ ହେବ ସେଇ ସତ୍ୟ ଧର୍ମର || ...