“ଶେଫାଳି”

 

“ଶେଫାଳି”


ଆଦ୍ୟ ଫଗୁଣର ପହିଲି ସ୍ପର୍ଶରେ ,

ପହିଲି ଉଷାର ପହିଲି ରଙ୍ଗରେ ଚମକେ ତୁମରି ଦେହ  ,

ତୁମ ଦେହର ସେ ବାସ ରେ ବାସ ରେ

ମୋ ହୃଦୟ ହୁଏ ମହ ମହ ||


ଅନ୍ଧାର କିଟି କିଟି ସ୍ଥିତି ଭିତରେ ,

ତା ଭିତରେ ଖୋଜୁଥାଏ ମୁଁ ଏକ ଛାଇ ,

ପବନ ଗତିରେ ଆସି ସେଇ ଛାଇ

ମୋ ହୃଦୟେ ବାତ୍ୟା କରାଳ ସ୍ଥିତି ଦେଲା ଉପୁଜାଇ ||


ଅନ୍ତିମ ଚରଣ ଚିରନ୍ତନ ଆରମ୍ଭର ତୁଳି ଆଙ୍କିଦେଇ

ମିଳନର ଅନ୍ତିମ ମୁହୁର୍ତେ ବିରହର ସ୍ୱର ଦେଇ ,

ଫୁଟିବାର ପୂର୍ବ  ଲଗନେ

"ଶେଫାଳି" ପାଖୁଡା ପରି ଟେ

ସତେ ହୋଇଗଲା କି ସେଇ ..... |||

---ଦେବେନ୍ଦ୍ର ଧିନ୍ଦ। ---


Read More :


Comments

Popular posts from this blog

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ