“ଶେଫାଳି”
“ଶେଫାଳି”
ଆଦ୍ୟ ଫଗୁଣର ପହିଲି ସ୍ପର୍ଶରେ ,
ପହିଲି ଉଷାର ପହିଲି ରଙ୍ଗରେ ଚମକେ ତୁମରି ଦେହ ,
ତୁମ ଦେହର ସେ ବାସ ରେ ବାସ ରେ
ମୋ ହୃଦୟ ହୁଏ ମହ ମହ ||
ଅନ୍ଧାର ର କିଟି କିଟି ସ୍ଥିତି ଭିତରେ ,
ତା ଭିତରେ ଖୋଜୁଥାଏ ମୁଁ ଏକ ଛାଇ ,
ପବନ ଗତିରେ ଆସି ସେଇ ଛାଇ
ମୋ ହୃଦୟେ ବାତ୍ୟା ର କରାଳ ସ୍ଥିତି ଦେଲା
ଉପୁଜାଇ ||
ଅନ୍ତିମ ଚରଣ ର ଚିରନ୍ତନ ଆରମ୍ଭର ତୁଳି ଆଙ୍କିଦେଇ
ମିଳନର ଅନ୍ତିମ ମୁହୁର୍ତେ ବିରହର ସ୍ୱର ଦେଇ
,
ଫୁଟିବାର ପୂର୍ବ ଲଗନେ
"ଶେଫାଳି" ର ପାଖୁଡା ପରି ଟେ
ସତେ ହୋଇଗଲା କି ସେଇ ..... |||
---ଦେବେନ୍ଦ୍ର ଧିନ୍ଦ।
---

Comments
Post a Comment