ସତ୍ୟ ର ପଥେ ପଥେ.. .

 

ସତ୍ୟ ର ପଥେ ପଥେ...



ସତ୍ୟ ପଥେ ଚାଲେ ଯିଏ ଏଠି

ମିଳୁଥାଏ ତାକୁ ଖାଲି କଷ୍ଟ ,

ସତ୍ୟ ପାଇଁ ଏଠି ସମସ୍ତେ ଆତଙ୍କିତ !!!

କିନ୍ତୁ ଏଠି କିଏ କେତେ ଜାଗ୍ରତ ???


ନିଜ ସ୍ୱାର୍ଥ ପାଇଁ ସତ୍ୟ କୁ ଯେ ଏଠି ଦେଉଥାନ୍ତି ପାଦେ ଦଳି

ଉପରକୁ ଖାଲି ଦେଖାଇ ହୁଅନ୍ତି ସତେ ଯେମିତି ସତ୍ୟ ଭିକାରୀ,

ଗାଁ ଗହଳିରୁ ସହର ଯାଏଁ ସବୁ ଏଠି ସ୍ୱାର୍ଥବାଦୀ ,

ଗରିବ ତଂଟି ଚିପି ଚିପି ଦେଉଥାନ୍ତି ସତେ ସତ୍ୟ ଭେଟି   ||


ନ୍ୟାୟ ପାଇଁ ଗରିବ ଟେ ଯେବେ  ହୁଏ ଏଠି ବାଟବଣା ,

କୁଜି ନେତା ଠାରୁ ନେତା ଯାଏଁ ତାକୁ  ଦେଖାନ୍ତି ସତ୍ୟ ଗହଣା ,

ସେ ଗହଣା ପଛରେ ଲୁଚିଥାଏ କେତେ ଲାଞ୍ଚ ଆଉ କେତେ ଧକ୍କା ,

ଶେଷେ  ଦୋଷ ଦିଅନ୍ତି ଏଠି "System " ପରା ଅସତ୍ୟ ରେ ଭରା  ||


ଆସୁଥାଏ ଯାଉଥାଏ  ନିତି ସଞ୍ଜ ସକାଳ ,

ହେ କଙ୍କାଳ ଗଣ, ନିଦ୍ରା ଭଙ୍ଗ କର ତୁମ୍ଭର ,

ବିଂଶ ଶତାବ୍ଦୀରେ  ଟିକେ ତୁମ୍ଭ ଚେତନା କୁ ଜାଗ୍ରତ କର ,

ତେଲିଆ ମୁଣ୍ଡକୁ ତେଲ , ନୁଖୁରା ମୁଣ୍ଡ କୁ ଆଉ ନୁଖୁରା କର ,

ଚାଲିବାକୁ ଚେଷ୍ଟା କର ସତ୍ୟ ପଥେ ପଥେ ,

ଦେଖିବ ,ଦିନେ ନା ଦିନେ ଜିତାପଟ ହେବ ସେଇ ସତ୍ୟ ଧର୍ମର   ||

 ……. ସତ୍ୟ ପଥେ ପଥେ ......


n  ଦେବେନ୍ଦ୍ର ଧିନ୍ଦ|

Read More :

Comments

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ