ଲାଜେଇ ସେ ଲାଜକୁଳୀ ଲତା . . .
ଲାଜେଇ ସେ ଲାଜକୁଳୀ ଲତା . . .
ଲାଜେଇ ସେ ଲାଜକୁଳୀ ଲତା
ହସରୁ ତା ସତେ ଝୁରେ ମୁକୁତା
ଜହ୍ନ ରାଇଜର ସତେ ପରୀଟିଏ ସିଏ
ତା ଓଠ ର ସେଇ ନାଲି ନାଲି ଦାଗ ଆଉ ସେଇ ନୀଳ ନୀଳ ଆଖି
ମୋ ମନକୁ ମୋହି ନିଏ ||(୧)
ଲାଜକୁ ସଜେଇ ଗହଣା ଟିଏ
ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ
ମୋ ମନର ଯେତେ ସବୁ ରାଗ ରୋଷ
ତା ଲାଜ ସାମ୍ନାରେ ହାରିଯାଏ ||(୨)
ସ୍ମିତ ହାସ୍ୟ ଦେଇ କରିଲ ନିଜର
ପାରୁ ନାହିଁ ଯେ ତୁମକୁ ଭୁଲି
ମୋ ହୃଦୟର ବନ୍ଦ କୋଠରୀକୁ
ତୁମ ଆଗମନେ ଦେଲି ଖୋଲି ||(୩)
ଲାଜେଇ ଯେ ତୁମେ ଲାଜକୁଳୀ ଲତା
ମୋ ମନକୁ ଚୋରି କଲ
ପ୍ରଥମ ଦେଖାରେ ଆଖି ପଲକରେ
ବ୍ୟଥା ରାଗିଣୀରୁ ଭାବନା ମୋ ଚୋରିକରିନେଲ ||(୪)
Debendra Dhinda

Comments
Post a Comment