ମୃତ୍ୟ ତୁମେ ମହାକାଳ
ମୁଁ ଜାଣେ, ତୁମେ ନିଶ୍ଚୟ ଆସିବ
ଏ ଧରାରୁ ମୋତେ ନିଶବ୍ଦ ପାଲିକିଂ ରେ ନେଇଯିବ
ଆତ୍ମୀୟ ସଜ୍ଜନ ଧୋଉଥିବେ ମୋତେ
ସେମାନଙ୍କ ନୟନ ବାରିରେ
ତୁମେ ଆସିବାର ପ୍ରତିଜ୍ଞାରେ
ମୁଁ ଶୋଇଥିବି ନିଶବ୍ଦ ନିଶ୍ଚଳ ମୁଦ୍ରାରେ ||(୧)
ସ୍ତ୍ରୀ ପୁଅ ଝିଅ ଆତ୍ମୀୟ ସଜ୍ଜନ କାନ୍ଧୁଥିବେ କଇଁ କଇଁ
୧୨-୧୩ ଦିନ ଗଲେ ଧୀରେ ଧୀରେ ସବୁ ଯିବ ଧୋଇ
ଖୋଜାପଡୁଥିବ ମୋର ବ୍ୟାଙ୍କ ଖାତା ଖତିଆନ
ହେଉଥିବ ଅର୍ଜିତ ଧନ ସମ୍ପତିର ଭାଗ
ଶୂନ ଶାନ ଶ୍ମାଶନ ର ନିରବ ଯୁଇରେ
ପଡ଼ିଥିବ ମୋର ପାଉଁଶ ||(୨ )
ମଦିରା ପାନ ବେଳେ
ମନେ ପକାଇବେ ସାଙ୍ଗ ମାନେ
ମୋରି ନାଁ ରେ "cheers" କରି
ଝୁମିବେ ସେମାନେ ||(୩ )
ଯେତେ ଲୁଚି ଛପି ରହିଲେ ବି
ମୁଁ ଜାଣେ ତୁମେ ମୋର ଅତି ଆପଣାର
ତୁମ ସାଥି ପାଇଗଲେ ଥରେ
ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର ||
ମୃତ୍ୟ , ତୁମେ ମହାକାଳ
ତୁମରି ପାଇଁ ତ ଏ ମୋହ ମାୟା ଆଉ ଧନ ରତ୍ନ ର ସଂସାର !!!
ଦେବେନ୍ଦ୍ର ଧିନ୍ଦା

Comments
Post a Comment