ସମ୍ପର୍କ - ଏଠି ମିଛ ର ଛାୟା ରେ !!!

 

ସମ୍ପର୍କ - ଏଠି ମିଛ ର ଛାୟା ରେ !!!




"ସମ୍ପର୍କ" - ଏକ ପବିତ୍ର ବନ୍ଧନ , ବିଶ୍ୱାସ ର ପ୍ରତୀକ ,

ଏକ କାଚ ଘର ଭଳି ଜାଣିଥିଲି

କିନ୍ତୁ ଏଠି ଯେ ସେ ମିଛ ର ଛାୟାରେ ବନ୍ଧା ,

ତାହା କେବେ କଳ୍ପନା କରି ନଥିଲି  ||

 ମିଛ କହୁଥିଲ ତୁମେ ମୋତେ ପ୍ରତି ଥର ,

ଆଉ ମୁଁ ବିଶ୍ୱାସ କରୁଥାଏ ତାକୁ ପ୍ରତିଥର ,

ତୁମର ପ୍ରତ୍ୟକ ଶବ୍ଦ କୁ ସତ ଭାବି ନିଜ ହୃଦୟକୁ ବୁଝାଇ ଦେଉଥିଲି   

କାରଣ "ସମ୍ପର୍କ" ଟା  ଏଠି କାଚ ଘର ବୋଲି ଭାବିଥିଲି ||


ଜଣାଇଥିଲ  ମୋତେ ତୁମେ ଏ ଦୁନିୟା ଟା ଯେ ତୁମ ପାଇଁ ପାଗଳ ବୋଲି ,

ତଥାପି କାହିଁକି କେଜାଣି ଲାଗୁଥିଲା ମୁଁ କେବଳ ତୁମର ଆପଣାର ପରି ,

ତୁମ  ଓଠରେ  ଥିଲା ସବୁବେଳେ ନୂଆ ନୂଆ ବାହାନା ,

ଯାହା ମୋ ଆଖି ପାଇଁ ଲୁହର ସାଗର ସାଜୁଥିଲା  ||

 ବିଶ୍ୱାସ ରେ ଥିଲ ତୁମେ  ମୋର,

ମୋ ହୃଦୟରେ ଗଢ଼ିଥିଲି  ମୁଁ ତୁମ ପାଇଁ ଗୋଟେ ଅମୁଲ୍ୟ ଘର ,

କିନ୍ତୁ ତୁମ ର ସେଇ ମିଛ  ଛାୟା ର ନିର୍ମମ ପବନ ଟା ଏଠି

ସତେ ଯେମିତି  ଏ ସମ୍ପର୍କ କୁ କରିଦେଲା ଦୁର୍ବଳ ||

ମିଛ ର ଛାୟା କେବେ "ସମ୍ପର୍କ" କୁ କରେନାହିଁ ମଜବୁତ

ଦେଇଥାଏ କେବଳ ଏକ ଅସ୍ଥାୟୀ ଆଶ୍ରୟ ,

ସତ୍ୟ ର ଅଭାବ ରେ ଭାଙ୍ଗିଯାଏ ଏ ହୃଦୟ ଆଉ ସମ୍ପର୍କ ର ଗୃହ ,

"ସମ୍ପର୍କ" ଭାଙ୍ଗିଲେ କେବେ ସିନା ହୁଏନାହିଁ ଶବ୍ଦ ,

ହେଲେ ହୃଦୟ ଭିତରେ ନୀରବରେ ମରିଯାଏ ଏକ ଶବ୍ଦ -" ବିଶ୍ୱାସ"  ||

                         n  ଇଂ ଦେବେନ୍ଦ୍ର  ଧିନ୍ଦ|

Read More Poems : 

ସ୍ୱାଧୀନତାର ଅଧୂରା ସ୍ୱପ୍ନ ..





Comments

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ଏ ଜୀବନ ରାସ୍ତାରେ . . .