ବର୍ଷା...


ବର୍ଷା
---------



ଟୁପୁରୁ ଟୁପୁରୁ ସେଇ ବର୍ଷା ଛିଟା 
ଶ୍ରାବଣରେ ଆସି ମୋ ମନ କୁ କରିଲା ସେ ଓଦା 
ସେ ଛିଟାର ସେଇ କୋମଳ ସ୍ପର୍ଶରେ 
ଉଙ୍କିମାରେ ମନରେ ଅନେକ କଥା 
ଡର ଲାଗେ ପୁଣି ଥରେ  କାଳେ 
ମନର  କଥା ରହି ଯାଉ ଅଧା ||(୧)


ବରଷା ଝରୁଛି , ମନ ଝୁମୁଛି 
ତୁମ ଆସିବା ବାଟକୁ ଚାହିଁ ମୁଁ ବସିଛି 
କହିଦିଅ ପ୍ରିୟେ ତୁମେ ଆସିବ କି ନାହିଁ 
ତୁମ ବିନା  ବର୍ଷା ଛିଟା ଯାଏ ଅମାନିଆ ହୋଇ||(୨)


ଛାଡିବ ଛାଡିବ ହେଉଛି ସେ ବର୍ଷା 
ତୁମ ଆଗମନେ ସତେ କରୁଛି ସେ ଇର୍ଷା 
କେବେ କେବେ ଲାଜରେ ସେ ଯାଉଛି ଲାଜେଇ 
ତାର ସେଇ ବୁକୁ ସ୍ପର୍ଶୀ ଛିଟାରେ ଦେଉଛି ଭିଜେଇ||(୩)


ବର୍ଷା ରେ ବର୍ଷା , ତୋ ରୂପ ଗୁଣର ନାହିଁ ଯେ ଆକଳନ 
କେତେବେଳେ କରୁଥାଉ ତାଣ୍ଡବ ନୃତ୍ୟ
ପୁଣି କେତେବେଳେ ଦେଉଥାଉ ନୂଆ ଜୀବନ  ||(୪)


ସୁକୁମାରୀ ପ୍ରିୟା ଟିଏ ଯେ ମୋର
ହୁଏ ଖୁସି ତୋତେ ଦେଖି 
ତୋର ସେଇ ଶୀତଳ କମଳ ଛିଟାକୁ 
ଦେ ମୋ ପ୍ରିୟା ଦେହରେ ମାଖି ||(୫)

ରେ  ବର୍ଷା , ବର୍ଷା ରେ ବର୍ଷା . . .
ତୁ ଜାଣି ନାହୁଁ  କିରେ କିଆଁ 
ତୋ ଛିଟା ରେ ପ୍ରିୟା ଭିଜିଗଲା ପରେ 
ଖୁସିରେ ସେ  ହୁଏ କେତେ  ଅମାନିଆ 
ତା ଓଠରେ ସେଇ  ଖୁସି ଦେଖିବାକୁ 
ଚାହେଁ ଏଇ ମନ ପରାଣ 
ଅନୁରୋଧ  ତୋତେ କରୁଛିରେ ବର୍ଷା 

ପ୍ରତୀକ୍ଷା କରିଯାରେ କିଛି କ୍ଷଣ . . . (୬)
ଦେବେନ୍ଦ୍ର ଧିନ୍ଦା

Comments

Post a Comment

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ