ପ୍ରଥମ ଦେଖାରେ …..

ପ୍ରଥମ ଦେଖାରେ …..
==============
ପ୍ରଥମ ଦେଖାରେ କାହିଁକି କେଜାଣି
ଲାଗିଲ ଅତି ନିଜର
ଲାଗିଲା ଯେମିତି ସମ୍ପର୍କ ଆମର
ପୂର୍ବ ଜନ୍ମ ଜନ୍ମାନ୍ତର ର …….||( 1)
ମୃଗ ନୟନୀ ସେ ଆଖିର ଚାହାଣୀ
ନାଲି ଓଧର ର ସେ ନୀରବତା
କାନେ କାନେ ମୋର କହୁଥିଲା ସତେ
ତୁମେ ମୋ ଚିରଦିନର ନାୟିକା ||(2)
ହୃଦୟର ସ୍ପନ୍ଦନ କିଛି କ୍ଷଣ ପାଇଁ ମୋର
ହୋଇଯାଇଥିଲେ ସତେ ସ୍ତବ୍ଧ
ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କିମାରୁଥିଲା ମନେ
ମୁଁ ହୋଇପାରିଵିତ ଆପଣାର ||(3)
ସ୍ମିତ ହାସ୍ୟ ଦେଇ କରିଲ ନିଜର
କେମିତି ପାରିବି ତୁମୋକୁ ଭୁଲି
ମୋ ହୃଦୟର ସେଇ ନିବୁଜ କୋଠରୀ କୁ
ତୁମୋ ଆଗମନେ ଦେଲି ଖୋଲି ||(4)
କେତେ ଝଡଝଞ୍ଜା ବାଧା ବିଘ୍ନ ପରେ
ସାଜିଲୁ ଆମେ ଦୁଇ ପ୍ରେମ ପଖୀ
କଥା ଦେଲି “ଆନି “ କରିବିନି କେବେ
ଜୀବନେ ମୁଁ ତୁମୋକୁ ଦୁଖୀ ||(5)
ଦେବେନ୍ଦ୍ର ଧିନ୍ଦା
Comments
Post a Comment