ଏ ଜୀବନ ରାସ୍ତାରେ . . .

 

ଏ ଜୀବନ ରାସ୍ତାରେ . . . 

ଏ ଜୀବନ  ରାସ୍ତା ଚାଲୁ ଚାଲୁ ପୁଣି 

କେଜାଣି କାହିଁକି ଏମିତି ହୁଏ . . .

ଚି଼ହ୍ନ| ରାସ୍ତାଟି ବି ସମୟ ଆସିଲେ 

ଜାଣି ଜାଣି କଷ୍ଟ ଦିଏ  ||(୧)

ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ 

ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ . . .

କେଜାଣି କାହିଁକି ଅଜଣା ଅବୁଝା ଅତୀତ 

ପାଦ  ଟାଣି ଧରି ନିଏ ||(୨)

ଏ ଜୀବନ ରାସ୍ତା ଚାଲୁ ଚାଲୁ ଯଦି 

ସ୍ପର୍ଶ ହୁଏ ଥରେ ବୈଶାଖୀ ର ତାତି  . . .

ତା ନିଆଁ ସ୍ପର୍ଶରେ ପତ୍ର ଝଡା ଦିଏ ଏ ମନ 

ଫଗୁ ର ଶୀତଳ ସ୍ପର୍ଶ ବି କରିପାରେନା ତାକୁ ଶାନ୍ତି ||(୩)

ଏ ଜୀବନ ରାସ୍ତା ବୋଧେ ଯନ୍ତ୍ରଣା ର ରାସ୍ତା 

ଆଉ ସାଥେ କେଇ ଟୋପା ଲୁହ  . . .

ଝରୁଥାଏ ନୀତି  ଏଇ ଆଖି କୋଣୁ 

ଭିଜିଯାଏ ଆଖିପତା ,ଓଠ ଆଉ ହୃଦୟ ||(୪)

ବଦଳେ ନାହିଁ ସମ୍ପର୍କ ଆପଣାର ସହ 

କିନ୍ତୁ ବଦଳି ଯାଆନ୍ତି ଆପଣାର ସମୟ ସହ 

ଅନ୍ତ ହେଇଯିବ କେବେ ଏ ଜୀବନ 

ସମୟ ର ତାଳ ତାଳ ସହ ||(୫)


ଏ ଜୀବନ ରାସ୍ତାରେ  . . .




Comments

Post a Comment

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ