ମୋ ସପନ ରାଇଜେ ପରୀ ଟେ ତୁ

 



ମୋ ସପନ ରାଇଜେ ପରୀ ଟେ ତୁ


ସପନ ରାଇଜେ ମୋ ନୀତି ଆସି ମୋତେ ଚୋରି କଲୁ 

ଜନ୍ମ ଜନ୍ମ ପାଇଁ  ତୋ ପ୍ରେମ ଡୋରିରେ ମୋତେ ବାନ୍ଧି ନେଇ,

ମୋ ମନରେ ଘରଟେ ତୋଳି ଦେଲୁ  ||


ହଜିଥିବା ଠିକଣା କୁ ନୀତି ମୁଁ ଖୋଜୁଥିଲି 

ଭାବି ନଥିଲି ସେ ଠିକଣା ମୋ ସପନ ରାଇଜେ ଆସିବ ବୋଲି ||


ବିନ୍ଦୁଏ ପ୍ରେମ ପାଇବାକୁ କେତେ ଯେ ସ୍ବପ୍ନ ଦେଖୁଥିଲି 

ଜାଣି ନଥିଲି ସେ ପରୀ ଟି ବି ମୋତେ ଖୋଜି ବୁଲୁଛି ବୋଲି  ,

ତୁ ମୋ ଦୁନିଆ , ତୁ ମୋ ପୃଥିବୀ 

ହୃଦୟରେ ତୋତେ ସବୁ ଦିନ ସାଇତି ରଖିଥିବି  ||


ସପନ ରାଇଜରେ ଆସି ବୋଳିଦେଲୁ ତୁ ଇନ୍ଦ୍ରଧନୁ ର ରଙ୍ଗ 

ସେଇ ରଙ୍ଗ ର ସ୍ପର୍ଶରେ ମନରେ ଖେଳିଯାଏ ଖୁସିର ତରଙ୍ଗ  ||


ମୋ ଆଖିର ସପନ ତୁ , ମୋ ବଂଚିବାର କାରଣ ବି ତୁ 

ଶହେ ଜନ୍ମ ଯାଏଁ ସପନ ରେ ଆସୁଥିବୁ  

ମୋ ସପନ ରାଇଜରେ ପରୀଟିଏ  ତୁ  || 


ଦେବେନ୍ଦ୍ର ଧିନ୍ଦା



Read More :


Comments

Popular posts from this blog

“ଶେଫାଳି”

ଲାଜେଇ ସେ ଲାଜକୁଳୀ ଲତା . . .

ସମ୍ପର୍କ